ଜଣାନାହିଁ କଣ ପାଇଁ ଲେଖିବା ପାଇଁ ମନ ହେଲା ପୂଣି ରାତି ୧୨ ଟା ରେ , ବହୁତ ଗମ୍ଭୀର ବିଷୟରେ ତାହା ପୂଣି ଗୋଟେ ଅଗ୍ନ୍ୟାନ କଲମ ରେ |
ମନୋଜ ଦାସଙ୍କ ଗୋଟେ ଅନୁଭୂତି ଭାରି ପ୍ରଭାବ ପକେଇଥିଲା ଆଜି ସକାଳେ ଚାଲିଲା ବେଳେ |
୧୯୪୨ କଥା , ସେତେବେଳେ ଦ୍ୱିତୀୟ ବିଶ୍ୱ ଯୁଧ୍ୟ ଭାରତ ରେ ବହୁତ କୃତ୍ରିମ ଦୁର୍ବୀକ୍ଷ ସୃଷ୍ଟି କରିଥିଲା | କୁଢ଼ କୁଢ଼ ଶବ ଆଉ ମୃତ୍ୟୁ ସମାନ୍ୟତାର ଚରମ ସୀମା ରେ ଉପସ୍ଥିତ ହେଇଥିଲା | ଯଦିଓ ଓଡ଼ିଶାବାସୀ ମାନଙ୍କର ବିଶ୍ୱ ଯୁଧ୍ୟ ରେ କିଛି ନବଦବା ନଥିଲା ତଥାପି ପରାଧୀନ ଭାରତ ପାଖରେ ଆଉ କିଛି କରିବାର ଉପାୟ ଭି ନଥିଲା | ସେ ଦୁର୍ଭିକ୍ଷ ଆଉ ମହାମାରୀ ର ଗ୍ରାସ କାହାକୁ ଭି କ୍ଷମା ଦେବାର ଅଭିପ୍ରାୟ ରଖୁନଥିଲା ଏ କୃତ୍ରିମ ନରସଂହାର ରେ | ଠିକ ସେତୁକିବେଳେ ସେତେବେଳର କଲେକ୍ଟର ଇଂରେଜ ସାହେବ ଆସିବା ସ୍ଥିର କଲେ ଗୋଟେ ପାଖ ସ୍କୁଲ କୁ - ଆଉ ଏପଟେ ଅଧା ପେଟ , ଅସୁମାରୀ ଆଶା , ଶୁଖିଲା ହସ ଆଉ ପୁଳାଏ ଭୟ କୁ ନେଇକି କିଛି ବିଦ୍ୟାର୍ଥୀ କଲେକ୍ଟର ଙ୍କର ପ୍ରଶଂସା ରେ ଗୀତ ଗାଇବା ଟା ନିହାତି ଭାବେ ସ୍ଥିର ହେଲା !!
ଆଉ ଆଜି , ସ୍ୱାଧୀନ ଭାରତ ରେ ସ୍ୱାଧୀନତା କୁ ନେଇକି ଆଜିକାର ପିଢ଼ି ର ‘taken for granted ‘ ସ୍ୱଭାବ କାହିଁକି କେଜାଣି ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରେ , ନୁହେଁ କି ? ସ୍ୱାଧୀନତା ର ମୂଲ୍ୟାଙ୍କନ କରିହବ କି ନାହିଁ ମୋତେ ଲାଗୁନି ଆମ୍ଭମାନଙ୍କର କଳନା ର ବଳୟ ରେ ସମ୍ଭବ , ନା କଣ କହୁଛନ୍ତି ? ଆଜିକାର ପିଢିଙ୍କୁ ଦେଶକୁ ସବୁଠୁ ଆଗରେ ରଖି ଦେଶପ୍ରତି କର୍ତବ୍ୟକୁ ସବୁଠୁ ପ୍ରାଧାନ୍ୟ ଦେବାକଥା , ଏଥିରେ ତିଳେମାତ୍ର ସନ୍ଦେହ ରଖିବା ଠିକ ହବନି ବୋଧେ |
ଲେଖୁ ଲେଖୁ ଆଉ ଗୋଟେ କଥା ମନକୁ ଆସୁଛି , ଭାବୁଛି ଲେଖିବା ଯଥାର୍ଥ ହବ | କଥାଟା ଉଣା ବହୁତ ଅନୁପ୍ରାଣିତ ବିଦେଶ ମନ୍ତ୍ରୀ S. Jaisahnkar ଙ୍କର ‘India Way’ ପୁସ୍ତକ ରୁ - ସେ ସ୍ପଷ୍ଟ ଉଲେଖ କରୁଛନ୍ତି ଯେ ଚୀନ ର ଉତ୍ଥାନ Chinese Epic ‘three kingdoms ‘ ରୁ ବହୁତ ପ୍ରଭାବିତ ହୋଇଅଛି |
କାହିଁକି କେଜାଣି ମନେ ହୁଏ ଆଜିକାର ପିଢ଼ି ମହାଭାରତ ଆଉ ରାମାୟଣ ଭଳି ମହାକାବ୍ୟ ରେ ରୁଚି ରଖୁନାହିଁ | ଦେଶଭକ୍ତି ଦେଶ ପ୍ରତି କର୍ତବ୍ୟ ଆଉ ଜୀବନ ଶିକ୍ଷ୍ୟା ରେ ମହାଭାରତ ଠୁ ଆଉ କଣ ହୋଇପାରେ |
ଯାହାଭୀ ହଉ , ଭାରତକୁ ଆଗକୁ ବଢିବାର ସାମର୍ଥ୍ୟ ଆଉ ଶକ୍ତି ଆହୁରି ବଳବାନ ହବ ଆଗାମୀ ଦଶକ ରେ ଏଥିରେ ତିଳେ ମାତ୍ର ସନ୍ଦେହ ର ଅବକାଶ ନାହିଁ କହିବାରେ ଜମା ଭୁଲ ହେବନି |