(ମନୋଜ ଦାସଙ୍କ ଦ୍ୱାରା ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପରିବେଷିତ - ୫ ଏପ୍ରିଲ ୨୦୧୩ ବକ୍ତବ୍ୟରୁ ଉଦ୍ଧାରିତ)
ଆଜି youtube ରେ ମନୋଜ ଦାସଙ୍କ ଦ୍ୱାରା ପ୍ରାୟ ୧୦ ବର୍ଷ ତଳେ ପରିବେଷିତ ଏକ ବକ୍ତବ୍ୟ ଶୁଣିବାର ସୁଯୋଗ ମିଳିଥିଲା | ଏକ ଦଶକ ପରେ ମଧ୍ୟ ସେ ବକ୍ତବ୍ୟ ଆଜି ର ସମାଜରେ କେତେଯେ ପ୍ରଯୁଜ୍ୟ ତାହା କଳନା କରିବା ଏକଦଉମ ଭାବରେ କଷ୍ଟକର ବ୍ୟାପାର | ଏ ତଳ ଲେଖା ଟି ମୋର ସାଧ୍ୟ ମତେ ପରିବେଷଣ କରିବାର ଏକ ଅପରିପକ୍ଵ ଆଉ ନିରୀହ ଚେଷ୍ଟା ମାତ୍ର |
ପ୍ରଗତି ମଣିଷ ଜାତିର ଗୋଟେ ଅଭିନ୍ନ ଅଙ୍ଗ , ବିବର୍ତନ ମାନବ ଜାତିର ସମୟ ସହିତ ସାଥ ଦେଇ ଚାଲିଥିବା ଛାଇଟିଏ ପରି | ପ୍ରଗତି ଆଉ ଉନ୍ନତି ମଧ୍ୟରେ ଭିନ୍ନତା କୁ ବିସ୍ଲେସଣ କଲାବେଳେ ଚେତନା ଆଉ ଆଧ୍ୟାତ୍ମିକ ଚେତନା ର ଉଲ୍ଲେଖ କରିବା ନିଶ୍ଚିତ ପ୍ରାୟ | ଆମେମାନେ ଆମ୍ଭର ଇଛାକୃତ ଚିଜ ବା ଅଭିପ୍ରାୟ ରେ ସନ୍ତୁଷ୍ଟି ହେଲେ ମଧ୍ୟ ଖୁସିର ଅଭିବ୍ୟକ୍ତି ବେଶୀ ସମୟ ଯାଏ ତିଷ୍ଠଏନାହିଁ , ମଣିଷର ଚେତନା କେବେ ବି ଆନନ୍ଦ ଅନୁଭବ କରି ପରେ ନାହିଁ | ବସ୍ତୁବାଦିତା ର ସମ୍ପୂର୍ଣ୍ଣତା ରେ ପ୍ରକୃତ ଆନନ୍ଦ ର ପ୍ରତିଫଳନ ଅସମ୍ଭବ , ଆଧ୍ୟତ୍ମିତକତା ର ଆଶ୍ରୟ ହିଁ ଚେତନା ର ଆନନ୍ଦରେ ପ୍ରତିଫଳିତ ହୁଏ |
ଲୋଭ ଆଉ କ୍ରୋଧର ମୂଲ୍ୟ ଯେ ନିଜକୁ ଦେବାକୁ ପଡିଥାଏ , ଏଥିରେ ତିଳେ ମାତ୍ର ସନ୍ଦେହ ରଖିବା ଅନୁଚିତ | ଅତଏବ ମଣିଷର ଆଚରଣ କ୍ରୋଧ , ଅହଂକାର ଆଉ କାମନା ର ଅପସୃତ ହେବାରେ ହିଁ ଯୁକ୍ତାତ୍ମକ ଦିଗରେ ଗତି କରିବା ସମ୍ଭବ |କ୍ରୋଧ ଆଉ କାମନା ର ଉପସ୍ଥିତି ବିନାସାତ୍ମକ ଆଉ ବିଭତ୍ସତା ପରିଣାମର ଉଦ୍ରେକ ମାତ୍ର | ଖୁସି ରହିବାର ଉତ୍ତର ହିଁ ସୁକ୍ଷ୍ମ ଜୀବନ ଚେତନା ରେ ଭରିଛି , ସ୍ଥୁଳ ଚେତନାରେ ଖୁସିର ସନ୍ଧିତ୍ସ କରିବା ଟା ବୃଥା ପ୍ରାୟ |
ଏଠାରେ ବିଶ୍ୱ ପ୍ରସିଦ୍ଧ ହାସ୍ପାତାଳ "ନିମ୍ହାନ୍ସ" (NIMHANS) ର ଏକ ଗବେଷଣା ର ଆବିଷ୍କାରକୁ ଆଗରେ ରଖିବା ଟା ନିହାତି ଦରକାର | ଦୁଇଜଣ ରୋଗୀ ସମାନ ବୟସ , ଓଜନ ,ଜୀବନଶୈଳୀ ହେଲେ ମଧ୍ୟ ସମାନ ପ୍ରକାରର ରୋଗ ଠିକ ହବା ପାଇଁ ସମାନ ସମୟ ନେଇନଥାଏ , ଏଠାରେ ନିମ୍ହାନ୍ସ ଗବେଷଣା ପତ୍ର ରେ ଏକ ଏକ୍ସ-factor ର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ବୋଲି ଉଲ୍ଲେଖ କରୁଛି - ତେଣୁ ଏହି factor ଟି ସ୍କୁକ୍ଷ୍ମ ଚେତନା ର ଅଂଶ ବିଶେଷ ମଧ୍ୟ ହେଇପାରେ | ଚେତନା ର ଦିଗବଳୟ ଯେ ଏତେ ପରିବ୍ୟାପ୍ତ ଆଉ ବିସ୍ତୃତ ,ଆମ ଜୀବନକାଳରେ ପ୍ରତିଟି ଦୃଷ୍ଟାନ୍ତର ପ୍ରତିଫଳନକୁ ନିରିଖେଇ ଦେଖିନେବା ନିହାତି ପ୍ରଚେଷ୍ଟାଯୋଗ୍ୟ |ସତ୍ସଙ୍ଗ ଆଉ ସୂଅଭିଜ୍ଞାତା ଆମର ଆଚରଣକୁ ପ୍ରକୃତିଯୋଗ୍ୟ କରିବାରେ ନିଶ୍ଚିତ ପ୍ରେରିତ କରିବ |
ଆଉ ଏକ ଗବେଷଣା ଏଠାରେ ଉଲ୍ଲେଖଯୋଗ୍ୟ , ଯେଉଁଠାରେ କିଛି ଶିଶୁଙ୍କୁ ଦୁଇଟି ଚିତ୍ର ଦେଖିବାକୁ ଦିଆଗଲା , ଗୋଟାଏରେ ଜନୈକ ଅଶ୍ଵାରୋହୀ ଏକ ପର୍ବତ ଅତିକ୍ରମ କଲାବେଳେ ଜଣେ ତାଙ୍କୁ ସାହାଯ୍ୟ କରୁଛନ୍ତି , ଆଉ ଗୋଟାକରେ ଅଶ୍ଵାରୋହୀଙ୍କୁ ଜଣେ ବାଧା ସୃଷ୍ଟି କରୁଛନ୍ତି |ଗବେଷଣାର ଆବିଷ୍କାର ସମସ୍ତଙ୍କୁ ଆଚମ୍ବିତ କରିଥିଲା ଯେ ,ଯେଉଁ ଚିତ୍ରରେ ସାହାଯ୍ୟ ପ୍ରତିଫଳିତ ଶିଶୁ ମାନେ ଆପଣାଛାଏଁ ପସନ୍ଦ କଲେ ଆଉ ଆର ଗୋଟାକୁ ଟିକେ ଦୃଷ୍ଟିପାତ କରିବ ପାଇଁ ମଧ୍ୟ ଚେଷ୍ଟା ଟିକେ କଲେ ନାହିଁ | ଏଠାରେ ମାନବ ଜାତିର ଏକ ଅନ୍ତର୍ନିହିତ ଗୁଣ ର ପରିପ୍ରକାଶ ହେଉଛି ଶିଶୁମାନଙ୍କର କୋମଳ ଆଉ ନିଷ୍ପାପ ମନ ଦ୍ୱାରା |ତେଣୁ ମଣିଷର ବିବର୍ତନ ଯେ ସବୁବେଳେ ଏକ ଯୁକ୍ତାତ୍ମକ ମାର୍ଗରେ ବିଶ୍ୱାସ ରଖେ ତାହା କହି ରଖିବାଟା ପ୍ରାୟତ ଠୀକ ହିଁ ହବ |ଚତୁର୍ପାଶ୍ୱ ର ପରିବେଶ , ବସ୍ତୁବାଦିତା ଆଉ ଆଧ୍ୟାତ୍ମିକ ଚେତନାର ଅଭାବ ହିଁ ମାନବ ରେ ସ୍ୱାଭାବିୟ ଆଚରଣ କୁ ଏକ ଅପ୍ରାକୃତିକ ସ୍ତରକୁ ଠେଲିଦେଇଥାଏ |
ଆଉ ଏକ ଦିଗ ଉପରେ ଦୃଷ୍ଟିପାତ କରିବାଟା ନିହାତି ଜରୁରୀ , ସେଇଟା ହଉଚି ମିଥ୍ୟା ଆଉ ମିଥ୍ୟାବାଦିତା ର ଭରପୁର ଅଭ୍ୟାସ | ମିଥ୍ୟା ଯେତେ ଟା ନିରୀହ ହେଇ ନଥାଉ କାହିଁକି , ମଣିଷର ସ୍ଥୁଳ ଆଉ ସୁକ୍ଷ୍ମ ଚେତନା ରେ ଏକ ସଂଘର୍ଷ ସୃଷ୍ଟି କରିବାରେ ସଫଳ ହୁଏ , ସଂଘର୍ଷ ମିଥ୍ୟାର ଯଥାର୍ଥ ଆଉ ମିଥ୍ୟା ର ଅନୁତାପ ର | ଏଠାରେ ଗବେଷଣମାନ ମିଥ୍ୟା ନ କହିବାର ପ୍ରାଚୁର୍ୟ ଯେ ସ୍ୱାସ୍ଥ୍ୟ ଉପରେ ଏକ ଭଲ ପ୍ରଭାବ ପକେଇଥାଏ ତାହା ଉପରେ ରେଖାପାତ କରୁଛନ୍ତି |
ମାନବ ସମାଜ Intellect ବା ଧୀଶକ୍ତି କୁ ବିବେକ ସାଙ୍ଗରେ କଳନା କରି ଏକ ବୃଥା ଅଭିପ୍ରାୟରେ ବାନ୍ଧି ହୋଇଯାଏ |ଏହାର ବିଭତ୍ସତା କେତେଯେ ଭୟଙ୍କର ତାହା ଆଜି ଯୁଧ୍ୟ ଆଉ ଅଯଥା କନ୍ଦଳରେ ଭୀଷଣ ବବେ ଦେଖାଯାଇଥାଏ |ମନର କୌଣସି ବ୍ୟକ୍ତିତ୍ୱ ନଥାଏ , ମନ ଆଉ ଚେତନାର ମିଶ୍ରଣ ପ୍ରଗତିର ଆୟୁଧ୍ୟ ସୃଷ୍ଟିକାରୀ ଏକ ପ୍ରଚଣ୍ଡ ଅଭିଭାଷଣ |
ବିବର୍ତନ ର ଶେଷ ହବା ପ୍ରକୃତିର ନିୟମ ବହିର୍ଭୁତ , ଆଜିର ମଣିଷ ବୋଧ ହୁଏ ବିବର୍ତନ ର ଶେଷ ସୃଷ୍ଟି ନୁହେଁ |ଶ୍ରୀ ଅରବିନ୍ଦଙ୍କ ଭାଷା ରେ ଅତିମାନସ ର ଶକ୍ତି ବିବର୍ତନ ର ଅନୈକ ପ୍ରତିଫଳନ ଭାବେ ରୂପାନ୍ତରିତ ହେବ |