ଭ୍ରମଣ କାହାଣୀ – ଭିଏତନାମ (2023) – ଦିନ–2

ଆଜି ସକାଳୁ ବହୁତ ଭୋରୁଠୁ ଉଠିପଡ଼ିଲୁ, ସକାଳୁ ଜଳଖିଆ କାମ ସାରିଲୁ। ଆଜି କାର୍ଯ୍ୟକ୍ରମ ଥିଲା ହାଲୋଙ୍ଗ ବେ କୁ। ହାଲୋଙ୍ଗ ବେ ବିଷୟରେ ଆମେ ବହୁତ ସୁନିଥିଲୁ, ସେଥିପାଇଁ ଆମେ ଟୁର୍ ଗାଇଡ୍ ଓଙ୍ଗଙ୍କୁ ଆଗରୁ କହିରଖିଥିଲୁ। ସେ ସବୁ ବ୍ୟବସ୍ଥା କରିଦେଇଥିଲେ। ହାଲୋଙ୍ଗ ବେରେ ସାଧାରଣତଃ ଗୋଟେ ରାତି ରହିବାକୁ ପଡ଼େ।

ହୋଟେଲରେ ଜଳଖିଆ ଅତ୍ୟନ୍ତ ସୁସ୍ୱାଦୁ ଥିଲା। ନାନାଦି ପ୍ରକାରର ଫଳ, ବ୍ରେଡ୍, ନୁଡ୍ଲସ୍ ଓ ସୁପ୍ ଇତ୍ୟାଦିରେ ଭରପୂର ଥିଲା। ପେଟ ପୁରା ଖାଇ ଭିଏତନାମୀ କଫି ପିଇ ପିଇ ହାଲୋଙ୍ଗ ବେ ଅଭିମୁଖେ ଆଗରୁ ଧାର୍ଯ୍ୟ ହୋଇଥିବା ବସ୍ ପାଇଁ ଅପେକ୍ଷା କରି ରହିଲୁ। ବସ୍ ଟି ଠିକ୍ ସମୟରେ ଆସି ପହଞ୍ଚିଯାଇଥିଲା। ପୁଣିଥରେ ୱିଏତନାମର ପଙ୍କ୍ଚୁଆଲିଟି ଦେଖି ମୁଗ୍ଧ ହେଲୁ। ବସ୍‌ରେ ମାତ୍ର 15ଟି ସିଟ୍ ଥିଲା, କିନ୍ତୁ ସବୁ ସୁବିଧାରେ ଭରପୁର ଥିଲା — Individual TV screen, ପାଣି, ମୁଜିକ୍ ଓ ହେଡଫୋନ୍ ସହିତ।

ହାନୋଇରୁ ହାଲୋଙ୍ଗ ବେ ପ୍ରାୟ 3 ଘଣ୍ଟାର ଯାତ୍ରା। ଅତ୍ୟନ୍ତ ମନୋରମ ଥିଲା ସେଠାକୁ ଯିବା ମାର୍ଗ। ରାସ୍ତାର ଦୁଇ ପାର୍ଶ୍ୱ ସବୁଜିଆରେ ଭରିଥିଲା। ଗୋଟେ ପରେ ଗୋଟେ ଛୋଟ ଓ ବଡ଼ ନାଇଁକୁ ପାର୍ ହୋଇ ବସ୍ ଚାଲିଯାଉଥିଲା ହାଲୋଙ୍ଗ ବେ ଅଭିମୁଖେ। ବସ୍‌ରେ କିଛି ପଶ୍ଚିମୀ, କିଛି ଭାରତୀୟ ସହଯାତ୍ରୀ ମଧ୍ୟ ଥିଲେ। କିଛି ସମୟ ପରେ ବସ୍ ଡ୍ରାଇଭର୍ ଯାତ୍ରା ଲଘୁ କରିବା ପାଇଁ ଏକ ଛୋଟ ମାର୍କେଟ୍ ପ୍ଲେସ୍‌ରେ ବସ୍ ରଖିଲେ। ସେଠାରେ ଆମେ ଶୌଚାଳୟ ଇତ୍ୟାଦି କାମ ସାରି କିଛି ସ୍ଥାନୀୟ ସାମଗ୍ରୀ କିଣିଲୁ। ପରେ ପୁଣିଥରେ କଫି ନେଇ ବସ୍‌ରେ ଚଢ଼ିଲୁ।

ପ୍ରାୟ 12ଟା ସମୟରେ ହାଲୋଙ୍ଗ ବେର ଫେରୀ ଟର୍ମିନାଲ୍‌କୁ ପହଞ୍ଚିଲୁ। ସେଠାରୁ ଆଗରୁ ବୁକ୍ ହୋଇଥିବା ଗୋଟେ ସ୍ପିଡ୍ ବୋଟ୍‌ରେ କ୍ରୁଜ୍ ଶିପ୍ ଅଭିମୁଖେ ଯିବାକୁ ପଡ଼ିଲା। କୂଳରେ ଗଭୀରତା କମ୍ ଥିବାରୁ କ୍ରୁଜ୍ ଶିପ୍ ଟି ଅଳ୍ପ ଦୂରରେ ଥିଲା। ପ୍ରାୟ 15 ମିନିଟ୍‌ରେ କ୍ରୁଜ୍‌କୁ ପହଞ୍ଚିଗଲୁ।

କ୍ରୁଜ୍‌ରେ ପହଞ୍ଚିଲାପରେ ଲାଗିଲା ଯେଣ୍ଝି ଏଟା ଗୋଟେ ସ୍ୱପ୍ନର ଦୁନିଆ — କ୍ରୁଜ୍‌ରୁ ସମୁଦ୍ର ଓ ସମୁଦ୍ର ମଧ୍ୟରୁ ଉଠିଥିବା ଛୋଟ ଛୋଟ ପାହାଡ଼ଗୁଡ଼ିକୁ ଦେଖି ମନ୍ତ୍ରମୁଗ୍ଧ ହେଲୁ। ପ୍ରକୃତିର ଉପହାର ଏତେ ସୁନ୍ଦର କି, ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ତାହାକୁ ଅନୁଭବ କରୁଥିଲୁ। ଏପଟେ ଲାଗୁଥିଲା ଯେଣ୍ଝି ସୂର୍ଯ୍ୟ ପାହାଡ଼ମାନଙ୍କ ସହିତ ଲୁକୋଚୁରି ଖେଳୁଛି। ଓହ୍! କି ଦ୍ରୃଶ୍ୟ ଥିଲା ସେ! ପ୍ରକୃତିର ରାଣୀଙ୍କୁ ଧନ୍ୟବାଦ ଦେଲୁ — ଅଧୁନିକତା ମଧ୍ୟରେ ମଧ୍ୟ ସେ କେବେ ମନୁଷ୍ୟକୁ ତାଙ୍କର ଆନନ୍ଦରୁ ବଞ୍ଚିତ କରିନାହାନ୍ତି।

କ୍ରୁଜ୍‌ରେ ପସିବାପରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଥିଲା। ପୁଣିଥରେ ଭଲଭଲି ବ୍ୟଞ୍ଜନରେ ବଫେଟ୍ ଟେବୁଲ୍‌ଗୁଡ଼ିକ ଭରିଯାଇଥିଲା। Indian, Asian ଓ Western ଖାଦ୍ୟ ସହିତ ଡାଇନିଂ ହଲ୍‌ଟି ଅତ୍ୟନ୍ତ ଜତ୍ନ ସହ କାରିଗରୀରେ ସଜାଯାଇଥିଲା। ଆମେ ଭରପୂର ମଜା ନେଇ ଖାଇଲୁ — ନାହିଁହେଉ ଆମ ଓଡିଆ ପେଟ ସାନ୍ତି କିପରି ହେବ, ହାହାହା! ଖାଇ ସାରି ଆମେ କ୍ରୁଜ୍‌ର ରୂମ୍‌କୁ ଅଗ୍ରସର ହେଲୁ।

ପ୍ରସସ୍ତ କୋଠା ଓ ସାଜସଜ୍ଜା ଦେଖି ଭଲ ଲାଗିଲା। କୋଠାର ଗୋଟିଏ ପଟେ କେବଳ ଟ୍ରାନ୍ସପେରେଣ୍ଟ ଗ୍ଲାସ୍ — ତାର ମାଧ୍ୟମରେ ସମୁଦ୍ର ଓ ପାହାଡ଼ର ସେ ମନୋରମ ଦୃଶ୍ୟ ଯେତେ ଦେଖୁଥିଲୁ, ମନ ଭରୁନଥିଲା। ଏମିତି ଲାଗୁଥିଲା ଯେଣ୍ଝି ସ୍ୱର୍ଗରେ ଅଛୁ। କେତେବେଳେ ପଞ୍ଚଟା ହେଇଗଲା ଜଣାପଡ଼ିଲା ନାହିଁ! ତରତରେ ପୋଶାକ ବଦଳାଇ ସେଜା ହୋଇ କ୍ରୁଜ୍ ଡେକ୍‌କୁ ଗଲୁ। ସେଠାର ସ୍ୱିମିଂ ପୁଲ୍‌ରେ ଖୁବ୍ ମଜା କଲୁ। ପୁଆ ମଧ୍ୟ ଖୁସିରେ ଭରିଯାଇଥିଲା। ଡେକ୍‌ରୁ ସମୁଦ୍ର, ପାହାଡ଼ ଓ ରଙ୍ଗବିରଙ୍ଗ ଛାୟାଗୁଡ଼ିକୁ ଦେଖି ମନେ ଶାନ୍ତି ଲାଗୁଥିଲା। ସନସେଟ୍‌କୁ ଭଲଭାବେ ଉପଭୋଗ କଲୁ। ଚାରିପଟେ ସବୁଜିଆରେ ଭରିଥିବା ଦୃଶ୍ୟ ନିଜର ନିଜର ଲାଗୁଥିଲା।

ପ୍ରାୟ 1.5 ଘଣ୍ଟା ପରେ ରୂମ୍‌କୁ ଫେରି, ସୁଖିଲା ପୋଶାକ ବଦଳାଇ ପୁଣିଥରେ ଡେକ୍‌କୁ ଯାଇ ସଫ୍ଟ୍ ଡ୍ରିଙ୍କ୍‌ ନେଇ ମଜା କରୁଥିଲୁ। ସେପଟେ ରାତିର ଭୋଜନର ବ୍ୟବସ୍ଥା ମଧ୍ୟ ସାରିଯାଇଥିଲା।

ରାତିର ଭୋଜନ ମଧ୍ୟ ବିବିଧ ପ୍ରକାରର ଖାଦ୍ୟରେ ଭରିଥିଲା। ଆଥିଥ୍ୟତାକୁ ଧନ୍ୟବାଦ ଜଣାଇ ରୂମ୍‌କୁ ଫେରିଲୁ। ଗ୍ଲାସ୍ ଜଣେଲାରୁ ସମୁଦ୍ର ଆହୁରି କାମନୀୟ ଲାଗୁଥିଲା। ଦୂରରୁ ମିନ୍ମିନ୍ କଲା ଆଲୋକରେ ଛୋଟ ଛୋଟ ନାଉ ଦେଖାଯାଉଥିଲା। ବାହାରୁ କ୍ରୁଜ୍ ଡେକ୍‌ରୁ ସୁମଧୁର ସଙ୍ଗୀତର ଧ୍ୱନି ଭାସିଆସୁଥିଲା। ସାରାଦିନର କ୍ଲାନ୍ତି ଧୀରେ ଧୀରେ ହରାଇଯାଉଥିଲା। ଏମିତି ଆନନ୍ଦରେ ସମସ୍ତ କିଛି କାଟିଗଲା, ତଥାପି ଦିନଟି କେମିତି ହେଲା ସେ କଥା ଜଣାପଡ଼ିଲା ନାହିଁ। ଶୁଇପଡ଼ିଲୁ — ପୁଣି ଗୋଟେ ଉଚ୍ଛ୍ୱାସଭରା ସକାଳ ପାଇଁ ଅପେକ୍ଷାରେ।

(ଦୟାକରି ମୋର ୱେବସାଇଟ୍‌କୁ ଟିକେ ଭିଜିଟ୍ କଲେ ଭଲ ଲାଗେ — ରହିଲି… ପୁଣି କାଲି ସୁଣେଇବି ତୃତୀୟ ଦିନ ବିଷୟରେ। ଏଠାରେ ହାଲୋଙ୍ଗ ବେର ଫୋଟୋ ମଧ୍ୟ ପୋଷ୍ଟ କରିଛି।)

କ୍ରମଶଃ…

Scroll to Top