**********ଅଙ୍ଗେ ନିଭା – ମନକୁ ନେବେନି**********

ହଁ ଆଂଜ୍ଞା , ଏଇ ଆମ କ୍ୟାପିଟାଲ ! ମନ ହେଲା ଟିକେ ଭେଡେ଼ ବୁଲିଆସନ୍ତି | ସକାଳୁ ସକାଳୁ ଗାଧେଇ ଚୁଡା କଦଳୀ ଆଉ ଗୁଡ ଚକଟା ଟିକେ ଖାଇ ବାହାରିଲି – ରାଜା ଛୁଟ୍ଟୀ ପରେ ଗାଡିଘୋଡା ଟିକେ ଭିଡ ଥିଲା ଭଳିଆ ଲାଗୁଥିଲା | ସେ ଯାହା ଭି ହଉ ଆମ conductor ବାବୁଙ୍କୁ ହଜାରେ ଜୁହାର ଆଉ ନେହୁରା ହେଲା ପରେ ଛାମୁଙ୍କର ଦୟା ଭାଜନ ହେଲି ଆଉ ସିଟ ଖଣ୍ଡେ ମିଳିଲା | ଅଗତ୍ୟା ନଗଦ ଟଙ୍କା କିଛି ଗଣିଦେଲି ଆଉ ଅକ୍ତିଆର କଲି ଅନୁମତି ପତ୍ର ଟି ଯାତ୍ରା ର |

ସେ ଯାହା ଭି ହଉ ଫିନ ଫିନ ରାଜା ରାସ୍ତା ରେ ଯାତ୍ରା ଟି ଭାରି ଭଲ ଲାଗିଲା – ମୋଟ ଅଢେଇ ଘଣ୍ଟା ରେ ପହଂଚିଲି ଆମ ରାଜଧାନୀ ରେ | ବାଃ ବାଃ ରେ ବାଃ – କେତେ କଣ ଗାଡି , ଭଳି କି ଭଳି ଦୋକାନ ଦେଖି ଭାରି ଭଲ ଲାଗିଲା , ଆଉ କିଛି ଜୀବଙ୍କୁ ଦେଖିଲି କିମ୍ଭୂତ କିମ୍ଭଙ୍କର ପୋଷାକ ରେ ନିଜକୁ ସଜେଇ ହେଇଥିଲେ , ମୋତେ ନିଜର ପୋଷାକ କୁ ଦେଖି ଖରାପ ଲାଗିଲା କି କଣ କେଜାଣି ସେଆଡେ଼ ଆଉ ଏତେ ଆଖି ପକେଇଲିନି | ମା କହିଥିଲା କିଛି ଜିନିଷ ଆଣିବା ପାଇଁ , ସେଇ ଅନ୍ୱେଷଣ ରେ ବାହାରିଲି ଆଉ ପାଦ ଯାତ୍ରା ଆରମ୍ଭ କଲି ଗାଡି ଭଡା ବଂଚେଇ |

କିଛି ସମୟ ରେ ଅପ୍ରତ୍ୟାଶିତ ଘଟଣା ମନ ଘଟିବାକୁ ଲାଗିଲା , ମୁ ଆଉ ଲୋକଙ୍କ ସାଙ୍ଗରେ କଥା ହେଇପାରିଲି ନାହିଁ – ନିଜକୁ ଟିକେ ଅଖାଡୁଆ ଲାଗିବ ଆରମ୍ଭ ହେଲା – ଏଠି ଆଉ ଗୋଟେ କଣ ଭାଷା କହୁଛନ୍ତି , ମୋତେ ଟିକେ ଅଡୁଆ ଅଡୁଆ ଲାଗିଲା , conductor ବାବୁ କଣ ମୋତେ ଆଉ କାଉ ରାଜ୍ୟ ରେ ଛାଡି ଦେଲେ କି , ଭାବି ଭାବି ଟିକେ ଡର ଭି ଲାଗିଲା |

ଯେମିତି କି ‘ ଆଫନ କିଛି buy karibheki ‘ |

ଆଉ କିଛି ଲୋକ ଅଲଗା ଭାଷା ଯେମିତି ‘ ଖଣ୍ଡି ହିନ୍ଦୀ ‘. ଆଉ ନାହିଁ ନଥିବା ଇଂରାଜୀ ରେ କଥା କହୁଥାନ୍ତି – ଅଧା ଭୂଜି କିଛି ଉତ୍ତର ଦେବା ପାଇଁ ପ୍ରାଣ ପଣେ ଆଉ ବିକଳ ରେ ଚେଷ୍ଟା କରୁଥାଏ – ବେଳେ ବେଳେ ମୁର୍ଚ୍ଛା ପ୍ରାୟ ପରିସ୍ଥିତି ରେ ଦେହ ଟା ଟିକେ ଝିମ ଝିମ ମାରିଯାଉଥାଏ | ମୋତେ କେଜାଣି କେମିତି ମନ ହଉଥିଲା ମୁ ଓଡ଼ିଆ କହିଲା ବେଳେ କିଛି ମଣିଷ ଆଉ ବୁଲା ଯିବା ଜନ୍ତୁ କେମିତି ଗୋଟେ ଦେଖୁଥିଲେ ମୋତେ – ଯେମିତି ଏଇଟା ଗୋଟେ କୁଆଡୁ ଧାରା ହେଇକି ଆସିଛି – ହଉ ହେଲା , ଯେନତେନ ବୁଝେଇ ଗୋଡ ହାତ ତଳେ ପଡି କାମ ଚଳାଉ ଥାଏ | ଏଥର ଆସିଲା ଖାଇବା ପାଳି , ଭୋକ ଆଉ ଗରମ ରେ ପୂରା ଆଉଟୁ ପାଉଟୁ ଆଂଜ୍ଞା , ଏଠି ଅବସ୍ଥା ଆହୁରି ଅସମ୍ଭାଳ – ଭଳି କି ଭଳି ଭାଷା ର ତୀର ଖାଲି ବିନ୍ଧି ପକାଉଥାଏ ମୋତେ , ଏଠି ଭି ସେଇଆ ସେ ଲୋକଙ୍କ ର ପାଦ ଚାଟି ପକେଇବା ଅବସ୍ଥା – ଖାଇଲି ଆଉ ରାଜଧାନୀ ରେ ପାଣି କି ୱାଟର କୁହନ୍ତି ବୋଲି ଜାଣିଲି | ହଁ , ଛୁଆ ବେଳେ ଆମ ସାହିତ୍ୟ ଶିକ୍ଷକ କହୁଥିଲେ ଯେ ଗୋଟେ ନୂଆ ଜାଗା କୁ ଜିବା ଯାହା ୧୦୦ ବହି ପଢିବା ସହ ସମାନ – ସେଦିନ ସେଇ କଥା କୁ ଅଙ୍ଗେ ନିଭେଇଲି |

ହଉ , ଏତିକି କଥା , ଘରେ ପହଂଚୁ ପହଂଚୁ ଦରମରା ପ୍ରାୟ – ମା ଟିକେ ମଥା ଆଉଁସି ଦେଲା – ଶୋଇଲା ବେଳକୁ ଭାବୁଥାଏ – ମୋ ଗାଁ ଭଲ ଆଉ କେବେ ଭି କୁଆଡେ ଯିବିନି ଏଇଆ ଶପଥ କଲି ଆଉ ମା କୋଳ ରେ ମଥା ଦେଲାବେଳକୁ ଟିକେ ଆଖି ଟା ଯକୌ ଥାଏ ଆଉ ଗୁଣୁ ଗୁଣୁ ହଉଥାଏ –

********

ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ , ତାକୁ ଯେବେ ଜ୍ଞାନୀ ଗଣାରେ ଗଣିବା ଅଜ୍ଞାନୀ ରହିବେ କାଇଁ !

***********

ହେସ ଆଉ ଗୋଟେ କଥା , ଏଠି ରଜ କୁ ରଜୋ ଯେମିତିକି ହାପପି ରଜୋ ଆଉ ହାପପି pujo କହନ୍ତି –

ହଉ ଏଥର ଆପଣ ମୋତେ ଯାହା ଭାବନ୍ତୁ ମୁ ଦାୟୀ ନୁହେଁ – ରହିଲି , ନମସ୍କାର 🙏🙏

Scroll to Top