ଶେଷ ପୃଷ୍ଠା ଓଲଟେଇଲା ବେଳକୁ ଆଖି ଓଦା ,ଛାତି ଟା ଭାରି ,ମଥାରେ କୁଇଂଟାଲେ ଭାର ! ଭାର କାହାର କେଜାଣି , ଚିତିରି ର , କୋଣାର୍କ ର , କୁଶ ମାଉସୀ ର ନା ଭଗ୍ନ କୋଣାର୍କର .
ଚିତିରି ର ସାହାନାଇ ଶାନ୍ତ , କ୍ଷୀଣ ପ୍ରାୟ ଚନ୍ଦ୍ରଭାଗା , ପ୍ରାଚୀ ଭାରି ଶୁଖିଲା , କୋହ ଆଉ ଅଭିମାନ ଭିତରେ ଛନ୍ଦା କୋଣାର୍କ ର ଶିଳପଦ୍ମ !
ଅପରାଜୟ ରାଜା ନରସିଂହଙ୍କର ଆଖିରେ ଆଖିଏ ନିଷ୍ଠୁର କାହାଣୀ ପରାଜୟ ର , କାହାଣୀ କୁମାରୀ ଚନ୍ଦ୍ରଭାଗା ର ନା ମଳିନ ପ୍ରାଚୀ ର ! ରାଜା ହାରିଥିଲେ ହଜାରେ ବର୍ଷ ତଳେ ଚନ୍ଦ୍ରଭାଗା ପାଖରୁ ଆଉ ଆଜି ହଜାରେ ବର୍ଷ ପରେ ପ୍ରାଚୀ ପାଖରୁ ! ଉତ୍ତର ଖୋଜୁ ଖୋଜୁ ଅସ୍ତଗାମୀ ସୂର୍ଯ୍ୟ ବୁଡ଼ ମାରୁଥିଲା କୋଣାର୍କ ତୀରେ .
ପ୍ରତିଭା ରାୟଙ୍କ ଭାଷା ରେ , ଯେଉଁଠି ହୃଦୟର ମିଳନ ସେଇଠି ଶବ୍ଦ ମାନେ ଭାରି ଚୁପ ,ବିନ୍ଦୁ ବିନ୍ଦୁ ଅନୁଭବ କରୁଥିଲି ଫଡ ଫଡିଆ ପୃଷ୍ଠା ଗୁଡା ଲେଉଟାଇଲା ବେଳେ !
ଆଖି ମିଶେଇ ପାରୁନଥିଲି , ଏଣେ ହସ ମାରୁଥିଲା ମୁରୁକି କୋଣାର୍କ , ଆହା ଯେମିତି କେବେ ବି ବୁଢ଼ୀ ହବନି (ମୁହଁ ମୋଡ଼ି ଦେଉଥିଲା ମୁଚୁକୁନ୍ଦିଆ ) - ସେନେ କୁଶଭଦ୍ରା ଆଉ ବାସି କେତକୀ ଲୁଚକାଳି ଖେଳିଥିଲେ କୁଶଭଦ୍ରା ର ଭଉଁରୀ ଭିତରେ , ଭାରି ମନ ହଉଥିଲା ହଜି ଜାନ୍ତିକି ସେ ପ୍ରେମ ରାଗ ଆଉ ମନଖୋଲା ବିଳାପ ଭିତରେ , ବିଳାପ ଉତ୍କଳ ର ଗାରିମା ଆଉ ଗର୍ବ ରେ ଭରପୁର !
Charlie ଆଉ ପ୍ରାଚୀ , modern ଦୁନିଆ ରେ ଗଢି ତୋଳୁଛନ୍ତି ସେ କାହାଣୀ , କାହାଣୀ ପ୍ରେମ ର ଆଉ ନୈସର୍ଗିକ ନିରନ୍ତନ ପ୍ରେମ ର , ଦେହ ଦିଟା , ମନ ଗୋଟେ , ଫାଳେ ଆତ୍ମା ର ସୃତି ଆଉ ଫାଳେ ନିର୍ମଳ ପ୍ରେମର ବାସ୍ନା ରେ ଭର୍ତି , ପୂଣି ସୂର୍ଯ୍ୟ ଅସ୍ତଗାମୀ ଚନ୍ଦ୍ରଭାଗା ର , କି ଦୃଶ୍ୟ ସେ ବିରହ ରେ ଯଉଠି ମିଳନ ର ହିଁ ଆରମ୍ଭ , କାହାର , କୋଣାର୍କ ଆଉ ଚନ୍ଦ୍ରଭାଗା ର ନା ଚିତିରି ଆଉ ଧରମ ର , କୁଶ ମାଉସୀ ଜାଣିଥିବ !!
କୋଣାର୍କ ଆଉ ଟା ଶିଳ୍ପୀ ଅମର, ଆମ ଭିତରେ , Charlie ଭିତରେ , ଚିତିରି ର ଫୁଲ ଗୁଚ୍ଛ ଭିତରେ ,କୁଶ ମାଉସୀ ର ମାଟି କଣ୍ଢେଇ ଭିତରେ , କମଳ ମହାରଣା ର ହୃଦୟ ରେ , ଆଉ #pratibharay ଙ୍କ ଶିଳପଦ୍ମ ଭିତରେ !!
ଧନ୍ୟ ତୁ କୋଣାର୍କ , ଧନ୍ୟ ତୁ ଉତ୍କଳ , ଧନ୍ୟ ତୁ , କୋଟି ପ୍ରଣାମ ତୋତେ !!